csstore

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷା ବର୍ଷ ବିଜେତା କାର୍ଯ୍ୟକ୍ରମର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ମନିଶା ବାନାର୍ଜୀଙ୍କ ପ୍ରରୋଚିତ ବିଜେତା କାର୍ଯ୍ୟକ୍ରମ ଦ୍ଵିତୀୟ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ୱ କରିଥିବା ବେଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମତତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ, ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ୍ ପତି ଓ ରାଜ ବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନା ରାଣୀ ସାହୁ, ଜୀବନାନନ୍ଦ ସାହୁ, ମିନତି ଦାସ, ମାନସ ରଞ୍ଜନ ଶତପଥୀ, ରବିନା ପଧାନ, ସଂଯୁକ୍ତା ଭୋଇ, ନିଳୀମାରାଣୀ ମହାନ୍ତି, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ଏହି ସଭାରେ ସହାୟତା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ‘ବିଜେତା’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପିଲାଙ୍କୁ ନିଜ ଭିତରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଉତ୍ସାହିତ କରିଥିଲେ । ଶେଷରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.