‘ଆମ ପୋଖରୀ’ ଯୋଜନା ଅନ୍ତର୍ଭୁକ୍ତ ଆଜି ପୁଣି ଚାରୋଟି ବନ୍ଧର ଡ୍ରୋନ୍ ସର୍ଭେ କାର୍ଯ୍ୟ ଆରମ୍ଭ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆମ ପୋଖରୀ’ ଯୋଜନାରେ ବଲାଙ୍ଗିର ସହରର ବିଭିନ୍ନ ପୋଖରୀର ନବୀକରଣ ପାଇଁ ନରସିଂହ ବନ୍ଧ, କରଗା କଣ୍ଟା, ବେହେରାପାଲି ବନ୍ଧ ଓ ବିଷ୍ଣୁମୁଣ୍ଡା ବନ୍ଧ ଠାରେ ଏହାର ଡ୍ରୋନ୍ ସର୍ଭେ କାମର ଶୁଭାରମ୍ଭ ହୋଇଛି । ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଠାରେ ଉପସ୍ଥିତ ରହିଥିବା ବେଳେ ପୌରାଧକ୍ଷା ଲିକା ସାହୁ ବନ୍ଧମାନଙ୍କରେ ନଡ଼ିଆ ବାଡେଇ ଏହି ଡ୍ରୋନ ସର୍ଭେ କାମକୁ ଶୁଭାରମ୍ଭ କରିଛନ୍ତି । ଡ୍ରୋନ ସର୍ଭେ ପରେ ଡିପିଆର ପ୍ରସ୍ତୁତ ସହ ବର୍ଷା ପରେ ପୋଖରୀର ପଙ୍କୋଦ୍ଧାର, ଆଡିର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇ ବାହାରର ମଇଳା ପାଣିକୁ ପଶିବାକୁ ବନ୍ଦ କରାଯାଇ ପାଣିର ସୁରକ୍ଷା କରାଯିବ । ଗତ ତିନି ଦିନ ହେଲା ଡ୍ରୋନ ସର୍ଭେ କାମ ଆରମ୍ଭ ପରେ ଏବେ ଦଶ ଗୋଟି ପୋଖରୀର କାମ ପରେ ଆଉ ସାତଟି ପୋଖରୀ କାମ ହେବାର ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ସହ ବିଭିନ୍ନ ୱାର୍ଡ଼ର କାଉନସିଲର ଇସ୍ମାତ ଆରା ଖାନ, ପ୍ରତିମା ଛତ୍ରିଆ, ସନ୍ତୋଷିନୀ କୁଁଅର, ସରିତା ଦାସ, ନନ୍ଦିନୀ ପୋଢ, ଶତ୍ରୁଘ୍ନ ବାଗ, ପ୍ରେମଲତା ନାଏକ, ପିଙ୍କି କବାଟ, ସଂଯୁକ୍ତା ଦନ୍ତା ଉପସ୍ଥିତ ଥିବା ବେଳେ ପୌରସଂସ୍ଥାର ଯନ୍ତ୍ରୀ ରୋଜାଲିନ ରାଉତ ଉପସ୍ଥିତ ଥିବା ସହ ବହୁ ସଂଖ୍ୟାରେ ମହିଳା, ଜନସାଧାରଣ ଓ ସହରର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.