csstore

୧୦୬ ଜଣ ଚାଷୀଙ୍କୁ ବିରି ସହିତ ମକା ଓ ମୁଗ ଚାଷ ପାଇଁ ବିହନ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ କାର୍ଯ୍ୟାଳୟଠାରେ ସେବା ଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଦ୍ଵାରା ତଥା ଆତ୍ମା କଳାହାଣ୍ଡିର ସହାୟତା କ୍ରମେ ଉର୍ଲ୍ଲାଦାନୀ ଗ୍ରାମ ପଂଚାୟତର ନାଗଝରୀ, ଉର୍ଲ୍ଲାଦାନୀ, କୁରୁପଦର ଓ ଜୁରଖମନ ଗ୍ରାମର ୧୦୬ ଜଣ ଚାଷୀମାନଙ୍କୁ ବିରି ସହିତ ମକା ଓ ମୁଗ ଚାଷ ପାଇଁ ବିହନ ବଣ୍ଟନ କରାଯାଇଥିଲା । ଏଥିରେ ଡ. ଦିବ୍ୟ ରଞ୍ଜନ ଲେଙ୍କା, ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ତଥା ବ୍ଲକସ୍ତରୀୟ ବୈଷୟିକ ଆବାହକ, ଜ୍ଞାନେଶ୍ୱରୀ ବିନ୍ଧାଣି ଅତିରିକ୍ତ କୃଷି ଅଧିକାରୀ ସେବା ଜଗତ ମ.ରାମପୁର ବ୍ଲକ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, କାରୁଣ୍ଡ ଫାର୍ମର କମ୍ପାନୀର ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ ଯୋଗଦାନ କରି ଡାଲି ଓ ତୈଳ ବୀଜ ଚାଷ ଉପରେ ଚାଷୀମାନଙ୍କୁ ପ୍ରାଧାନ୍ୟ ଦେବା ସହିତ କିପରି ଅଧିକରୁ ଅଧିକ ଉତ୍ପାଦନ କରିପାରିବେ ଓ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ସହିତ ସରକାରଙ୍କ ଦ୍ଵାରା ଘୋଷିତ ସହାୟତା ରାଶି ପାଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ମ.ରାମପୁର ବ୍ଲକର ଅନ୍ୟ ୯ ଗୋଟି ପଂଚାୟତକୁ ଆଗାମୀ ୫ ଦିନ ମଧରେ ବିଭିନ୍ନ ପ୍ରକାରର ଡାଲି ଓ ତୈଳ ବୀଜ ମଂଜି ଯୋଗାଇ ଦେବା ଉପରେ କାର୍ଯ୍ୟକ୍ରମ ପରିଚାଳକ ଗରୁଡ଼ ଭୋଇ ଧାରଣା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସେବା ଜଗତର କର୍ମୀ ଶଙ୍କର ସୁନା, ବିକ୍ରମ ବାଗ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର କର୍ମୀ ଗଣେଶ ନାଏକ, ଭାଗିରଥି, ମେଘନାଦ ଓ ଇଶ୍ୱର ପ୍ରମୁଖ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.