ବେଲପଡାଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିବା ବେଳେ ବେଲପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟିନା କୁମ୍ଭାର ଓ ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି, ବେଲପଡା ବିଡ଼ିଓ ଭିକ୍‌ଟର ସୋରଙ୍ଗ ଓ ସମସ୍ତ ସରପଞ୍ଚ ଏବଂ ସମିତି ମେମ୍ବର ପ୍ରମୁଖ ଉପସ୍ଥିତ ରହି ମଞ୍ଚକୁ ସଭାମଣ୍ଡିତ କରିଥିଲେ । ସର୍ବ ପ୍ରଥମେ ଶିବ ମନ୍ଦିର ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ମଶାଲ ଯାତ୍ରା ହୋଇଥିବା ବେଳେ ଏହି ଲୋକ ମହୋତ୍ସବକୁ ଅତିଥିମାନଙ୍କ ଦ୍ଵାର ପୂଜାର୍ଚ୍ଚନା କରି ଆରମ୍ଭ କରାଯାଇଥିଲା । ଅତିଥିମାନେ ସମସ୍ତ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ସନ୍ଧ୍ୟାରେ ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜୋନ୍‌ ୨୪ର ଜିଲ୍ଲା ପରିଷଦ ଜୟ ଧରୁଆ, ଜୋନ୍‌ ୨୫ର ଜିଲ୍ଲା ପରିଷଦ ଶବ୍ଦ ମିର୍ଦ୍ଧା ଓ ଜୋନ୍‌ ୨୬ର ଜିଲ୍ଲା ପରିଷଦ ଅନିମା ଦାସ ଉପସ୍ଥିତ ଥିଲେ । ବିଚାରକ ଭାବେ ବିକେଏସଏସ ଖପ୍ରାଖୋଲ ଥବିର ଚରଣ ସାହୁ, ବିକେଏସଏସ ପାଟଣାଗଡ ମନୋଜ ବାଗ, ବିକେଏସଏସ ବେଲପଡ଼ା ହରେକୃଷ୍ଣ ବାରିକ, ସିନିୟର୍ ରସରାଜ୍ ବୁଡେକ୍ ଏବଂ ନିରଞ୍ଜନ ବେହେରା ଉପସ୍ଥିତ ରହି ସଠିକ୍ ଭାବେ ପ୍ରତିଯୋଗୀମାନଙ୍କୁ ମୂଲ୍ୟାଙ୍କନ କରିଥିଲେ । ମୋଟ ୬୫ ଜଣ ସ୍ଥାନୀୟ କଳାକାର ଅଂଶଗ୍ରହଣ କରି ନିଜ ନିଜ କଳା ପ୍ରଦର୍ଶନ କରିବା ସହ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ ।

Leave A Reply

Your email address will not be published.