ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବର୍ଷିଆନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ଦେହାନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମନାପଡ଼ା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବର୍ଷିଆନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହେଉଥିଲା । ଆଦର୍ଶ ଶିକ୍ଷକ ଭାବରେ ୧୯୮୪ ମସିହାରେ ସେ ରାଜ୍ୟପାଳ ପୁରସ୍କାର ପାଇଥିଲେ । ୧୯୯୨ ମସିହାରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଗାଁର ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇଥିଲେ । ସେ ତାଙ୍କ ପଛରେ ପତ୍ନୀ, ଦୁଇ ପୁଅ ସୁଶାନ୍ତ ଓ ସଂଜୀବ, ଝିଅ ବେବି ଓ ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କର ବିୟୋଗରେ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.