ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ

ନବରଙ୍ଗପୁର : ଲାଞ୍ଚ ନେଉଥିବା ବେଳେ ସାନମାସିଗାଁ ଏଆରଆଇ-ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଜଗଦ୍ଦିଶ ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ମିଳିଛି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁସାରେ, ଏଆରଆଇ ଲାଞ୍ଚ ମାଗିଥିବା ନେଇ ସାନମସିଗାଁର ବୈଜୟନ୍ତୀ ଭତରା ଅଭିଯୋଗ କରିଥିଲେ । ଜଗଦ୍ଦିଶ ବେହେରାଙ୍କ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

Leave A Reply

Your email address will not be published.