oom

କଦମ୍ବପଡାଠାରେ ବାଇକ୍‌ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ. ୧୭ର କଦମ୍ବପଡାଠାରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି । ମୃତ ବାଇକ୍‌ ଆରେହୀ ଜଣକ ମୁନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲିଠାରେ ରାଉତ ପରିବାରର ଦୁଇ ଭାଇ ସରୋଜ ରାଉତ ଓ ଅଶ୍ୱିନୀ ରାଉତଙ୍କୁ ପୁଲିସ ଥାନାକୁ ଆଣିଥିଲା । ତେବେ ଗତ ରାତି ପର୍ଯ୍ୟନ୍ତ ପୁଲିସ ତଦନ୍ତ କରିଥିବାରୁ ଦୁଇ ଭାଇ ଥାନାରେ ଥିବା ବେଳେ ସାନ ଭାଇ ଅଶ୍ୱିନୀଙ୍କ ବଡଶଳାଙ୍କ ପୁଅ ମୁନା ନାଏକ ତାଙ୍କ ଦୁଇ ଭାଇଙ୍କ ପାଇଁ ଖାଇବା ଜିନିଷ ଧରି ନିଜ ଗାଁ ବିଷ୍ଣୁମୁଣ୍ଡା ଠାରୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ କଦମ୍ବପଡାଠାରେ ରାସ୍ତା କଡରେ ରଖାଯାଇଥିବା ପାଣି ପାଇପରେ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.