jsm

ସ୍ୱର୍ଗତ ପିତାଙ୍କ ସ୍ମୃତି ଅବସରରେ ପୁତ୍ରଙ୍କ ଭୂମିଦାନ

csstore

କଳାହାଣ୍ଡି, (ପି. କେ ସାହୁ) : କଳାହାଣ୍ଡି ଜିଲ୍ଲା କୁଲତା ସମାଜର ପୂର୍ବତନ ସଭାପତି ଦିବଂଗତ ତ୍ରିଲୋଚନ ପଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ସୁପୁତ୍ର ଅଶୋକ ପଧାନ ଏକ ଭବନ ନିର୍ମାଣ ନିମନ୍ତେ ଶୁକ୍ରବାର ଦିନ କୁଲତା ସମାଜର ଜିଲ୍ଲା, ଆଞ୍ଚଳିକ ତଥା ଗ୍ରାମ୍ୟ କମିଟି ଭାନପୁରର ଉପସ୍ଥିତିରେ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ୬ ଡିସିମିଲ୍ ଭୂମିଦାନ କରିଛନ୍ତି । ଏହି ଅବସରରେ ଶୁକ୍ରବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ଜମିର ଚିହ୍ନଟ କରି ସମାଜକୁ ଜମିର ଦଲିଲ୍ ପ୍ରଦାନ କରିଛନ୍ତି । ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ବିଜୟ ଭୋଇ, ମନ୍ଦିର ପରିଚାଳନା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପଧାନ, ନର୍ଲା ଆଞ୍ଚଳିକ କମିଟି (ଘ)ର ସଭାପତି ଦେଶରାଜ ଗଡତିଆ, ସମ୍ପାଦକ ତପନ ପଧାନ, ଭାନପୁର ଗ୍ରାମ୍ୟ କମିଟିର ସଭାପତି ଉଦିତ ନାରାୟଣ ପଧାନ, ସମ୍ପାଦକ ଧିରୋଜ ପଧାନଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନିକଟରେ ଉକ୍ତ ଜମିରେ ଏକ ଭବନ ନିର୍ମାଣ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସଭାପତି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଏଥିପାଇଁ କୁଲତା ସମାଜ ତରଫରୁ ସ୍ୱର୍ଗତ ତ୍ରିଲୋଚନ ପଧାନଙ୍କ ସୁପୁତ୍ର ଅଶୋକ ପଧାନଙ୍କ ବଦାନ୍ୟତା ପାଇଁ ସମାଜ ତରଫରୁ କୃତଜ୍ଞତା ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.