pakka

ତୁଲାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

bbehera

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ତୁଳାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରାରମ୍ଭରେ ଉକ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମା’ ପାଝରାଣୀଙ୍କ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ ମଶାଲ୍ ଧରି ନଗର ପରିକ୍ରମା କରିଥିଲେ । ମଶାଲ୍ ଶୋଭାଯାତ୍ରା ପଡିଆ ପରିସରରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ନର୍ଲା ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ ପତାକା ଉତ୍ତୋଳନ କରି କ୍ରୀଡାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ତୁଳାପଡା ସରପଞ୍ଚ ମଲ୍ଲିହାର ପଧାନ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଅଞ୍ଜଳି ପଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାୟକଙ୍କ ତତ୍ତ୍ବାବଧାନରେ କ୍ରୀଡା ଶିକ୍ଷକ ନାରାୟଣ ପଧାନ (ଏ), ନାରାୟଣ ପଧାନ (ବି), ସୁରେଶ ନାୟକ, ଶରତ ନାୟକ ଓ ଧୃବ ନାଗ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । ଚଳିତ ବର୍ଷ ହକି ବିଶ୍ୱକପ୍ ଓଡିଶାରେ ଅନୁଷ୍ଠିତ ହେବାକୁ ଥିବାରୁ ଏହି ଉପଲକ୍ଷେ ହକି ଷ୍ଟିକ୍ ଧରି ପ୍ରଥମେ ଛାତ୍ରଛାତ୍ରୀ ପଡିଆକୁ ଓହ୍ଲାଇଥିଲେ । ପରେ ୧୦୦, ୨୦୦, ୪୦୦ ଓ ୬୦୦ ମିଟର ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଫୁଟବଲ୍, ଭଲି, ଚୌକିବସା, ସଟଫୁଟ, ଡିସକସ୍ ଆଦି ଖେଳ ଅନୁଷ୍ଠିତ ହେବ ବୋଲି ପରିଚାଳକ ସନ୍ତୋଷାନନ୍ଦ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

three × four =