jsm

ବଲାଙ୍ଗିର ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରରୁ ଆପ୍ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ କଣ୍ଟାବାଞ୍ଜି ଇନ୍‌ଚାର୍ଜ ସୁରଥ ବେହେରା, ବଲାଙ୍ଗିରରୁ ସଦାଶିବ ମେହେର, କାହ୍ନୁ କରନ, ଜୟପ୍ରକାଶ ମିଶ୍ର, ରମାକାନ୍ତ ବେହେରା, ଆମାନ ମହାପାତ୍ର ଶଙ୍କର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଆପ୍ ନେତା ଶ୍ରୀ ପାଣ୍ଡେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଶ୍ରୀ ପାଣ୍ଡେ କହିଥିଲେ, କେଜ୍ରିୱାଲଙ୍କ ବାର୍ତ୍ତା ମେକ୍‌ଇଣ୍ଡିଆ ନମ୍ବର.୧ ପ୍ରୋଗ୍ରାମ, ଏବଂ ବିଜୁଳି, ପାଣି, ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ରୋଜଗାରର ରାଜନୀତି ବଲାଙ୍ଗିରର ଘରେ ଘରେ ପହଞ୍ଚିବ, ସେଥିପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ମଜବୁତର ସହିତ କାମ କରିବାକୁ ପଡ଼ିବ । ବିଜେଡି, ବିଜେପି, କଂଗ୍ରେସର ଦୁର୍ନୀତି ଏବଂ ମୁକବଧିର ସରକାରର ପର୍ଦାଫାସ କରିବାକୁ ପଡିବ ଏବଂ ଗୋଟେ ଗୋଟେ କାର୍ଯ୍ୟକର୍ତ୍ତା ହଜାର କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବାକୁ ପଡିବ । ଗାଁ ଗାଁ ଘର ଘର ଯିବାକୁ ପଡିବ । ଏମାନଙ୍କର ଦୁର୍ନୀତିର ପର୍ଦାଫାସ କରିବାକୁ ପଡିବ ଏବଂ ଆମ୍ ଆଦମୀ ପାର୍ଟିର କେଜ୍ରିୱାଲ ମୋଡେଲ ବିଜୁଳି, ପାନି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ମହିଳା ସୁରକ୍ଷା, ଆପ ସରକାର୍ କରୁଥିବା ଲୋକ କଲ୍ୟାଣ ରାଜନୀତି ବିଷୟରେ ଲୋକଙ୍କୁ ବୁଝାଇବାକୁ ପଡ଼ିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ । ଆପ୍‌ର ଅନ୍ୟ ପଦାଧିକାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଦେଓଗାଁ ବ୍ଲକ, ବଲାଙ୍ଗିର ବ୍ଲକ, ବଲାଙ୍ଗିର ଟାଉନ୍‌ରୁ ଯୋଗ ଦେଇଥିଲେ ଏବଂ ଭାଷଣରେ ଓଡ଼ିଶାରେ ଗୁଣ୍ଡାରାଜ୍, ଦାଦନ ଚାଲାଣ ସରକାର୍ ଚାଲିଛି ବୋଲି କହିଥିଲେ । ଏସବୁକୁ ବନ୍ଦ କରିବାକୁ ପଡ଼ିବ ଏବଂ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ପଡିବ ବୋଲି କହିଥିଲେ । ଶେଷରେ ଧନ୍ୟବାଦ୍ ଭାଷଣ ରୋହିତ ପାଣ୍ଡେ ଦେଇଥିଲେ । ସମ୍ମିଳନୀରେ ବିଧାନସଭାର ଆହୁରି ଅନେକ କାର୍ଯ୍ୟକର୍ତ୍ତା ଯୋଡି ହୋଇଥିଲେ । ଆମ୍ ଆଦମୀ ପାର୍ଟିର ଚିନ୍ତାଧାରାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ଏବଂ ଏହି ବିଜେଡି, ବିଜେପି, କଂଗ୍ରେସର ଭ୍ରଷ୍ଟାଚାରକୁ ଉଖାଡି ଫିଙ୍ଗିବା ପାଇଁ ସଂକଳ୍ପ ନେଇଥିଲେ ।

yuvodaya
Leave A Reply

Your email address will not be published.