jsm

ଜନ୍ମ ଦିନରେ ନିଜର ଚକ୍ଷୁଦାନ ପଞ୍ଜିକରଣ କଲେ ସୋମା ପ୍ରଧାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ୍‌ରେ ସୋମା ପ୍ରଧାନ ତାଙ୍କର ଜନ୍ମ ଦିନରେ ନିଜର ଚକ୍ଷୁଦାନ ପଞ୍ଜିକରଣ କରିଛନ୍ତି । ଭୀମ ଭୋଇ ହସ୍ପିଟାଲ୍ ଚକ୍ଷୁ ବିଭାଗର ଡା. ନିହାରିକା ଶର୍ମାଙ୍କୁ ଭେଟି ଚକ୍ଷୁଦାନ ପଞ୍ଜିକରଣ କରିଥିଲେ । ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣିଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିବା ବେଳେ ଅଙ୍ଗଦାନ ହିଁ କେବଳ ଲୋଲଙ୍କ ଜୀବନ ବଞ୍ଚାଉଛି । ଏହାକୁ ନଜରରେ ରଖି ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି । ସାଧାରଣରେ ମୃତକଙ୍କ ପରିବାର ମୃତକଙ୍କୁ ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଶବକୁ ପୋଡି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀରଟି ଆଉ କାହାରି କାମରେ ଆସି ପାରେ ନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ଯଦି ମୃତ ଶରୀର କିଛି ଅଙ୍ଗଦାନ କରି ଦିଆଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି ବାହାର କରାଯାଇ ଜଣେ ଆବଶ୍ୟକୀୟ ରୋଗୀଙ୍କୁ ଦିଆଯାଇପାରିବ, ତାହା ହେଲେ ଅନେକ ଆଖି ରୋଗୀ ଉପକୃତ ହୋଇପାରିବେ ବୋଲି ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ କଲେଜ ଚକ୍ଷୁ ବିଭାଗର ଡା. ନିହାରିକା ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସମାଜସେବୀ ଅଜୟ କୁମାର ନାଗଙ୍କ ପ୍ରେରଣାରେ ନିଜର ଚକ୍ଷୁଦାନ ପଞ୍ଜିକରଣ କରିଛନ୍ତି ।

yuvodaya
Leave A Reply

Your email address will not be published.