jayashree

ବାତ୍ୟା ନେଇ ଆଲର୍ଟ ଆନ୍ଧ୍ର ସରକାର : ଓଡ଼ିଶାକୁ ଦୁଇଦିନ ପ୍ରବଳ ବର୍ଷା

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା ପ୍ରଭାବରେ ବଡ଼ ବର୍ଷା ଆଶଙ୍କା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ବଳ ଗୋଟାଉଛି । ଆଗକୁ ବଢ଼ିବା ସହ ଏହା ଅଧିକ ଘନୀଭୂତ ହେବାର ଆକଳନ କରାଯାଉଛି । ପ୍ରଥମେ ଅବପାତ, ପରେ ଗଭୀର ଅବପାତ । ଅନୁକୂଳ ପାଣିପାଗ ସ୍ଥିତି ରହିଲେ, ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ନିକଙ୍ଗଟରେ ପହଞ୍ଚିବାର ଆକଳନ ରହିଛି । ତେବେ ସେତେବେଳକୁ ବାତ୍ୟାର ଶକ୍ତି କେତେ ଥିବ ? କେଉଁ ଅଞ୍ଚଳରେ ଏହା ଉପକୂଳ ଛୁଇଁବ ? ଏସବୁ ଏବେ ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ପ୍ରଭାବ ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ଧୀରେ ଧୀରେ ବଢ଼ୁଛି ବାତ୍ୟାର ଆଶଙ୍କା । ୨୬ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ତେବେ ବାତ୍ୟା କେଉଁ ଦିଗରେ ଗତି କରିବ ? କେଉଁଠି କରିବ ଲ୍ୟାଣ୍ଡଫଲ୍ ? କେତେ ରହିବ ଏହାର ତୀବ୍ରତା ? ଏସବୁକୁ ନେଇ ଭିନ୍ନ ଭିନ୍ନ ପାଣିପାଗ ମଡେଲ୍‌ର ଆକଳନ ଅଲଗା ରହିଛି । ତେବେ ଏହି ବାତ୍ୟା ପ୍ରବଳ ବର୍ଷା ନେଇ ଆସିବ, ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସେପଟେ ବାତ୍ୟାକୁ ନେଇ ବଢୁଛି ଚିନ୍ତା । ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା । ପ୍ରଭାବରେ ବଡ଼ ବର୍ଷା ଆଶଙ୍କା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ବଳ ଗୋଟାଉଛି । ଆଗକୁ ବଢ଼ିବା ସହ ଏହା ଅଧିକ ଘନୀଭୂତ ହେବାର ଆକଳନ କରାଯାଉଛି । ପ୍ରଥମେ ଅବପାତ, ପରେ ଗଭୀର ଅବପାତ । ଅନୁକୂଳ ପାଣିପାଗ ସ୍ଥିତି ରହିଲେ, ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ନିକଙ୍ଗଟରେ ପହଞ୍ଚିବାର ଆକଳନ ରହିଛି । ତେବେ ସେତେବେଳକୁ ବାତ୍ୟାର ଶକ୍ତି କେତେ ଥିବ ? କେଉଁ ଅଞ୍ଚଳରେ ଏହା ଉପକୂଳ ଛୁଇଁବ ? ଏସବୁ ଏବେ ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ପ୍ରଭାବ ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲ୍ ସ୍ଥାନକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ମଡେଲ୍ । ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ରୁ କାକିନାଡ଼ା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଇସିଏମ୍‌ଡବ୍ଲୁଏଫ୍ ଏବଂ ଜିଏଫ୍‌ଏସ୍ ମଡେଲ୍ ଏଭଳି ସମ୍ଭାବନା ଦର୍ଶାଉଛନ୍ତି । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ ଏବଂ ସେତେବେଳେ ପବନର ବେଗ କେତେ ରହିବ, ତାହା ଆଗାମୀ ପୂର୍ବାନୁମାନରୁ ଅଧିକ ସ୍ପଷ୍ଟ ହେବ । ବାତ୍ୟାର ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ଆଶଙ୍କା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୭ ତାରିଖରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ । ୨୮ ତାରିଖରେ ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ । ରାଜ୍ୟର ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାବେଳେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୫ଟି ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ସେହିପରି, ୨୯ ତାରିଖରେ ବାତ୍ୟାର ପ୍ରଭାବ ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ରହିପାରେ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.