jayashree

କଣ୍ଟାବାଞ୍ଜିରେ ବେରୀୱାଲୀ ମାତାଙ୍କ ମଙ୍ଗଳ ପାଠ, ଭକ୍ତିମୟ ହେଲା ସହର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିରେ ମା’ଙ୍କ ଭକ୍ତି ଓ ଜୟକାରରେ ଗୁଞ୍ଜରିତ ହେଲା ସାରା ସହର । ବେରୀୱାଲୀ ମାତାଙ୍କ ଭବ୍ୟ ମଙ୍ଗଳ ପାଠକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଧ୍ୱଜ ଶୋଭାଯାତ୍ରାରୁ ଆରମ୍ଭ ହୋଇଛି ଏହି ଭବ୍ୟ ଧାର୍ମିକ ଆୟୋଜନ । ସ୍ଥାନୀୟ ରାମ ମନ୍ଦିରରୁ ଆୟୋଜନ କମିଟିର ଅଧ୍ୟକ୍ଷ ମୁରାରୀଲାଲ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଭବ୍ୟ ଧ୍ୱଜ ଶୋଭାଯାତ୍ରା ବାହାରି ସହରର ପ୍ରମୁଖ ରାସ୍ତା ପରିକ୍ରମା କରି ଓଁକାର ମଲ ଭବନରେ ପହଞ୍ଚିଥିଲା । ମାତାଙ୍କ ଜୟକାର ଓ ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁମାନେ ମା’ଙ୍କ ପ୍ରତି ନିଜର ଭକ୍ତି ଓ ଶ୍ରଦ୍ଧା ଅର୍ପଣ କରିଥିଲେ । ଏହାପରେ ଓଁକାର ମଲ ଭବନରେ ସୁସଜ୍ଜିତ ମାତାଙ୍କ ଭବ୍ୟ ଦରବାରରେ ଅପରାହ୍ନ ୩ଟାରୁ ମଙ୍ଗଳ ପାଠ ଆରମ୍ଭ ହୋଇଥିଲା । ମୁମ୍ବାଇରୁ ଆସିଥିବା ମୁଖ୍ୟ ପାଠବାଚିକା ଡିମ୍ପଲ ଅଗ୍ରୱାଲ ଓ ତାଙ୍କ ଟିମ୍‌ଙ୍କ ଭକ୍ତିମୟ ପରିବେଷଣରେ ମାତାଙ୍କ ମହିମା ଗାନ କରାଯାଇଥିଲା । ଏହି ଅବସରରେ ମେହେନ୍ଦି, ଚୁନରୀ, ଗଜରା ଓ ମାତାଙ୍କ ଭବ୍ୟ ଶୃଙ୍ଗାର ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ମଙ୍ଗଳ ପାଠ ଶେଷରେ ଶ୍ରଦ୍ଧାଳୁଙ୍କ ପାଇଁ ମହାଭୋଗ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଭବ୍ୟ ଧାର୍ମିକ ଉତ୍ସବରେ ନର୍ଲା, ସମ୍ବଲପୁର, ରାୟପୁର, ଜଗଦଲପୁର ଓ କଳାହାଣ୍ଡି ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମାତାଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Leave A Reply

Your email address will not be published.