jayashree

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ୧୦ରୁ ଅଧିକ ଯୁବକ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଦିଗପହଣ୍ଡି : ଗାଁରେ ପୁଣି ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଖଣ୍ଡା, କାତି ଓ ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ । ଏଭଳି ଘଟଣା ଘଟିଛି ସହଦେବଟିକରପଡ଼ା ଗ୍ରାମରେ । ଆକ୍ରମଣରେ କାଳୁ ଗୌଡ଼ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ରାତିରେ କାଳୁ ଗାଁ ଛକରେ ଥିବାବେଳେ ୧୦ରୁ ଅଧିକ ଯୁବକ ତାଙ୍କୁ ଘେରି ଆକ୍ରମଣ କରିଥିଲେ । ତାଙ୍କ ଡାହାଣ ହାତ, ମୁଣ୍ଡ ଓ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି । ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଦିଗପହଣ୍ଡି ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ କରିଛି । ଦୀର୍ଘ ୨୫ ବର୍ଷ ଧରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଓ ଆକ୍ରମଣ ଲାଗି ରହିଥିବା ଜଣାପଡ଼ିଛି । ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.