jayashree

ପୁରୀରେ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ : ହବିଷ୍ୟାଳିଙ୍କ ଭିଡ଼ରେ ଚଳଚଞ୍ଚଳ ତୀର୍ଥନଗରୀ

ପୁରୀ : ପବିତ୍ର କାର୍ତ୍ତିକ ମାସର ଆରମ୍ଭ ସହ ପୁରୀରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହରିନାମ ସଂକୀର୍ତ୍ତନ ଓ ଭକ୍ତିମୟ ପରିବେଶରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ସକାଳୁ ସକାଳୁ ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ଏକାଠି ହୋଇଛନ୍ତି ବ୍ରତଧାରୀ ମହିଳା । ହବିଷ୍ୟାଳିମାନେ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସଂକଳ୍ପ ନେବା ସହ ବ୍ରତ ଆରମ୍ଭ କରିଛନ୍ତି । ଏହାପରେ ଚଉରା ମୂଳେ ରାଇଦାମୋଦରଙ୍କୁ ପୂଜାର୍ଚ୍ଚନା କରି ମାସେ ବ୍ୟାପୀ ଏହି ଧାର୍ମିକ ଅନୁଷ୍ଠାନ ପାଳନ କରିବେ । ହବିଷ୍ୟାଳିଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ତିନୋଟି କେନ୍ଦ୍ରରେ ୨୫୦୦ ଜଣଙ୍କ ରହିବା ବ୍ୟବସ୍ଥା କରାଯାଇଛି । ରହିବା, ପୂଜାପାଠ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସହ ହବିଷ୍ୟାଳିଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏକ ମାସ ଧରି ହବିଷ୍ୟାଳି କେନ୍ଦ୍ରଗୁଡ଼ିକରେ ଭଜନ, କୀର୍ତ୍ତନ ଓ ମହାପ୍ରସାଦ ସେବନ ଭଳି ଧାର୍ମିକ କାର୍ଯ୍ୟକ୍ରମ ଚାଲିବ । ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ହବିଷ୍ୟାଳିମାନେ ଖୁସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.