pakka

ଭାରସାମ୍ୟ ହରାଇ ଟ୍ରାନ୍‌ସଫର୍ମରକୁ ଧକ୍କା ଦେଲା ବାଇକ୍, ୨ ଗୁରୁତର

bbehera

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଦନ୍ତାପାଲି ଛକ ନିକଟ ରାସ୍ତା କଡ଼ରେ ଥିବା ଟ୍ରାନ୍‌ସଫର୍ମକୁ ଭାରସାମ୍ୟ ହରାଇ ଧକ୍କା ଦେଲା ବାଇକ୍ । ମିଳିଥିବା ସୂଚନା ଅନୁଯାୟୀ ଆଜି ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଟ୍ରାନସଫର୍ମରରେ ଧକ୍କା ଦେଇଥିଲା । ଗୁରୁତର ଯୁବକ ହେଲେ ଅଁଳାପାଲି ଗ୍ରାମର ମନୋଜ ମେହେର ଓ ରୋସନ ମେହେର । ଉଭୟେ ନିଜ ଗ୍ରାମ ଅଁଳାପାଲିରୁ ବାଉଁଶୁଣୀ ଆସୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନ୍‌ସଫର୍ମରରେ ଗାଡିଟି ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଘଟଣାର ଖବର ପାଇ ବାଉଁଶୁଣୀ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଉଭୟଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ବାଇକ୍‌କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଥିବା ଥାନା ଅଧିକାରୀ ଅରୁଣ ସିଂ କହିଛନ୍ତି ।

Leave A Reply

Your email address will not be published.

twenty − 4 =