pakka

ରଙ୍ଗବେରଙ୍ଗ ଫୁଲରେ ଡାକ୍ତର ଦମ୍ପତି ପାଳନ କଲେ ହୋଲି

l2

ବରଗଡ଼, (କେପିଏନ୍‌ଏସ୍‌) : ରଙ୍ଗର ପର୍ବ ହୋଲି । ଆଜି ସାରା ଦେଶ ପାଳୁଛି ହୋଲି ପର୍ବ। ହୋଲିକୁ ନେଇ ସବୁଠି ହର୍ଷ ଉଲ୍ଲାସ ଲାଗି ରହିଛି । ତେବେ ସବୁଠି ରଙ୍ଗ ଅବିରରେ ହୋଲି ଖେଳାଯାଉଥିବା ବେଳେ ବରଗଡ଼ରେ ନିଆରା ଢଙ୍ଗରେ ହୋଲି ଖେଳାଯାଇଛି । ବିଭିନ୍ନ ଫୁଲରେ ହୋଲି ଖେଳ ଚାଲିଛି । ବରଗଡ଼ର ଡାକ୍ତର ଦମ୍ପତି ରାମକୃଷ୍ଣ ପୁରୋହିତ ଓ ମମତା ପୁରୋହିତ ଛୋଟ ଛୁଆଙ୍କୁ ରାଧା କୃଷ୍ଣ ବେଶ କରି ରଙ୍ଗବେରଙ୍ଗର ଫୁଲରେ ହୋଲି ପର୍ବ ପାଳନ କରିଛନ୍ତି । ଏବେ ମାର୍କେଟ୍‌ରେ ବିଭିନ୍ନ କେମିକାଲ୍‌ଯୁକ୍ତ ରଙ୍ଗ ମିଳୁଛି । ଯାହାକୁ ବ୍ୟବହାର କରିବା ଦ୍ଵାରା ବିଭିନ୍ନ ସମସ୍ୟା ହୋଇଥାଏ । ତେବେ ପ୍ରାକୃତିକ ଉପାୟରେ ଫୁଲ ପାଖୁଡ଼ାରେ ହୋଲି ଖେଳ ଆୟୋଜନ କରି ବରଗଡ଼ର ଡାକ୍ତର ଦମ୍ପତି ରାମକୃଷ୍ଣ ପୁରୋହିତ ଓ ମମତା ପୁରୋହିତ ପ୍ରଶଂସାର ପାତ୍ର ହୋଇଛନ୍ତି । ପ୍ରକୃତି ସହ ଜଡ଼ିତ ହୋଇ ସୁସ୍ଥ ରହିବାକୁ ସେମାନେ ବାର୍ତ୍ତା ଦେଇଛନ୍ତି ।

pp
Leave A Reply

Your email address will not be published.

2 × 3 =