pakka

କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ନିଜେ ଶବ ହୋଇ ଫେରିଲେ ଯୁବକ : ବଲାଙ୍ଗିର ମେଡିକାଲରେ ସରିଲା ଶବ ବ୍ୟବଚ୍ଛେଦ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଏହି ଉପଲକ୍ଷେ ସମସ୍ତେ ହୋଲି ଖେଳୁଥିବା ବେଳେ ଆଜି ବଲାଙ୍ଗିର ସହରର କନ୍ଧପାଲିପଡାରୁ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି । ଜଣେ ଯୁବକ କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ପାଣିରେ ଜୀବନ ହାରିଥିବା ସୂଚନା ରହିଛି । ମୃତ ଯୁବକ ଜଣକ କନ୍ଧପାଲିପଡାର ରାହୁଲ ଭାଟି (୨୨) ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ରାହୁଲ ମାଛ ମାରିବା ପାଇଁ କନ୍ଧପାଲିପଡା ବନ୍ଧକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ରାହୁଲଙ୍କୁ ଖୋଜାଖୋଜି କରିଥିଲେ । ପରେ ବନ୍ଧ ଭିତରୁ ରାହୁଲଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ଭୁଲାନ୍ସରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ବେଳେ ହସପିଟାଲ ପରିସରରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଟାଉନ ପୁଲିସର ଉପସ୍ଥିତିରେ ରାହୁଲଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ରାହୁଲଙ୍କ ସଂପର୍କୀୟ ମାମୁଁ ମୋର ଭଣଜା ରାହୁଲଙ୍କୁ ବନ୍ଧରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ପହଂଚିବାରୁ ତାଙ୍କର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିବା ସହ କ୍ଷତି ପୂରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.

fourteen − 12 =