pakka

ଗାଁ ଗାଁରେ ଫଗୁନ୍ ପୁନି ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଋତୁମାନଙ୍କ ରାଜା ଫଗୁନ୍ ବା ଫଗୁଣରେ ବସନ୍ତର ଆଗମନରେ ଆନନ୍ଦିତ ହୋଇ ଫଗୁନ୍ ଦଶମୀରୁ ସାରା ପଶ୍ଚିମ ଓଡ଼ିଶାରେ ଫଗୁନ୍ ପୁନି ଯାତ୍ରା ଆରମ୍ଭ ହୋଇଥାଏ । ଏହା ମୁଖ୍ୟତଃ ଗାଁ ଗାଁ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରକୃତି ରାଣୀକୁ ନେଇ ଏକ ସ୍ନେହ, ସଦ୍‌ଭାବ ଓ ପରମ୍ପରା ଭାବର ଆଦାନ ପ୍ରଦାନ କରେ । ଫଗୁନ୍ ପୁନି ଏକ ବଡ଼ ସଂସ୍କୃତି ଓ ପରମ୍ପରା ଅଟେ । ଏହି ଦିନ ପ୍ରକୃତି ରାଣୀର କୋଳରୁ ନୂତନ ଖାଲିଥିବା ବଣ ଜଙ୍ଗଲର ଫଳ ଫୁଲ ସଂଗ୍ରହ କରି ଗାଁ ଦେବାଦେବୀ ସମେତ କୁଳ ଦେବତାଙ୍କୁ ଅର୍ପଣ କରି ରାତ୍ରରେ ହୁଇଲିପୁଡା ପର୍ବ ପାଳନ ହୁଏ ଯାହା ଏକ ପରମ୍ପରା । ଫଗୁନ୍‌ ପୁନି ବା ଫଗୁଣରେ ହୁଇଲି ପୁଡାର ଏକ ସ୍ୱତନ୍ତ୍ର ପରମ୍ପରା ଓ ଭାବପୂର୍ଣ୍ଣ ବିଶ୍ୱାସ ରହିଛି । ଗାଁର ଘରେ ଘରେ କାଠ ମାଗି ପୋଖରୀ ବା ବନ୍ଦ ହିଡରେ ସବୁ କାଠକୁ ଏକାଠି କରି ପୂଜାର୍ଚ୍ଚନା ସହ କାଠ ପୋଡ଼ା ଯାଇଥାଏ । ସାଙ୍ଗରେ ପୂଜା ସାମଗ୍ରୀ ଦିଆଯାଇ ଘରର ଅନାବଶ୍ୟକ କୁଲା, ଭୁଖା ଇତ୍ୟାଦି ଦେଇ ଜଳା ଯାଇଥାଏ । ପୁନି ଦିନ ନିଆଁ ପାଖରେ ଛିଡ଼ା ହେଲେ ଚର୍ମରୋଗ ଦୂର ହେବାସହ ଶରୀର ମଜବୁତ ଓ ସମସ୍ତେ ଏକାଠି ହେବା ଦ୍ୱାରା ଏକତା ଓ ବିଶ୍ୱାସ ବର୍ଷ ତମାମ ମଜବୁତ ହୋଇ ରହିଥାଏ ବୋଲି ବିଶ୍ୱାସ ରହିଛି । କେଉଁ ଆବାହମାନ କାଳରୁ ଚାଳିଆସୁଥିବା ଏହି ପରମ୍ପରା ଓ ସଂସ୍କୃତି ଏବେ କିନ୍ତୁ କେବଳ ଅବିର ଖେଳରେ ସିମିତ ହୋଇ ରହି ଯାଇଅଛି ।

Leave A Reply

Your email address will not be published.

16 − eleven =