
ନିଟ୍ ପେପର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କଲା ଆମ୍ ଆଦମୀ ପାର୍ଟି
ବରଗଡ଼, (ମୁନ୍ନା ସାହୁ) : ଦେଶରେ ପ୍ରତିଷ୍ଠିତ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା ନିଟ୍ ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ଆମ୍ ଆଦମୀ ପାର୍ଟି । ଏହାକୁ ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏହି ଦାବୀପତ୍ର ବରଗଡ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ଆପ୍ । ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ସଂଜ୍ଞାନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ମଣ୍ଡଳୀରୁ ବହିଷ୍କାର କରନ୍ତୁ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଦାବୀ କରିଛନ୍ତି । ଅନ୍ୟପଟେ ନିଟ୍ ପରୀକ୍ଷାରେ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲି ଯାଇଛି, ସେହିପରି ସିବିଏସ୍ଇ ପରୀକ୍ଷାରେ ଅନିୟମିତତା ସାମ୍ନାକୁ ଆସିଛି, ତେଣୁ ଏହା ସରକାର ଓ ବ୍ୟବସ୍ଥାର ଅପାରଗତା ଓ ଦୁର୍ନୀତି ସହିତ ଜଡ଼ିତ ବିଷୟ ଅଟେ ଏହି ପରିପେକ୍ଷୀରେ ଦେଶରେ ଉତ୍ତରଦାୟିତ୍ୱକୁ ଆଗରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାରିୟମ ବାର୍ଲା, ଅତାବିରା ବିଧାୟକ ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ, ଭଟଲି ବିଧାୟକ ପ୍ରାର୍ଥୀ ଶାହରୁଖ ଲୋଧିଆ, ମିଲୁ ନାଗ, ଆଇନଜୀବୀ ଏମ୍ଡି ମୋଇନ, ସରିତା ସୁନା, ସୂର୍ଯ୍ୟ ଭୋଇ, କୈକେୟୀ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।