jsm

ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ପ୍ରତ୍ୟେହ ବଲାଙ୍ଗିର ସମେତ ପୁଇଁନ୍ତଲା, ଦେଓଗାଁ, ତୁଷୁରା, ବଲାଙ୍ଗିର ତହସିଲରେ ଛାତ୍ରଛାତ୍ରୀ, ଜନସାଧାରଣ, ଅବିଭାବକ ସରକାରୀ କାର୍ଯ୍ୟରେ ଦୌଡ଼ି ଦୌଡ଼ି ନାୟାନ୍ତ ହେଉଛନ୍ତି । ଲୋକେ ତହସିଲରେ ବିଭିନ୍ନ ସାର୍ଟିଫିକେଟ୍‌ ସମ୍ବନ୍ଧୀୟ ଅସୁବିଧା ଭୋଗୁଥିବା ବେଳେ ସେଥିରେ ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣ ତଥା ଆୟ ସମ୍ପର୍କିତ ପ୍ରମାଣ ପତ୍ର ପାଇଁ ଦୀର୍ଘ ଦିନ ଧରି ଧାଇଁବାକୁ ପଡ଼ୁଛି । ମ୍ୟୁଟେସନ ସମେତ ଜନ୍ମମୃତ୍ୟୁ, ବିଭିନ୍ନ ମିସ୍‌ କେସ୍‌ ଠିକଣା ସମେୟରେ ହେଉନାହିଁ । ଏ ସମ୍ପର୍କରେ ଅଭିଯୋଗ କଲେ ତହସିଲରେ ପର୍ଯ୍ୟାପ୍ତ ପରିମାଣରେ ଷ୍ଟାପ୍‌ ନାହାନ୍ତି । ଆମେ କରିପାରିବୁ ନାହିଁ ବୋଲି ଖୋଲାଖୋଲି ମନା କରୁଥିବା ଜିଲ୍ଲା ଓକିଲ ସଂଘ ଠାରେ ଅଭିଯୋଗ ହୋଇଛି । ଜନସାଧାରଣ ତଥା ଓକିଲଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆଜି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ପ୍ରମୋଦ ତ୍ରିପାଠୀ, ରବିନାରାୟଣ ବହିଦାର, ଜୟକୃଷ୍ଣ ସାହୁ, ହୃଦାନନ୍ଦ ଭୋଇ, ଆର୍ତତ୍ରାଣ ପୁରୋହିତ, ଅଶୋକ ନାୟକ, ପ୍ରଶାନ୍ତ ସେନାପତି ପ୍ରମୁଖ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ଜିଲ୍ଲା ଓକିଲ ସଂଘ ଓ ଜିଲ୍ଲାପାଳଙ୍କ ମଧ୍ୟରେ ରାଜସ୍ୱ ବିଭାଗ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ରଥ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ ପ୍ରଶାସନିକ ବ୍ୟବସ୍ଥା ଠିକ୍‌ ନ ଥିବା ସାଧାରଣରେ ଅଭିଯୋଗ ହେଉଛି । ଅନେକ ସମୟରେ ବାର୍‌ ଓ ବେଂଚ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ଅତୁଟ ରହୁ । କିନ୍ତୁ ଧୀରେ ଧୀରେ କୌଣସି ନା କୌଣସି ଠାରେ କିଛି ମୁଷ୍ଟିମେୟ ଅଧିକାରୀଙ୍କ ଯୋଗୁଁ ଜିଲ୍ଲା ପ୍ରଶାସନ ବଦନାମ ହେଉଛି । ଅଧିକାରୀଙ୍କ ଆଉ ମନମାନି ନ ହେଉ । ନଚେତ୍‌ ଆଗାମୀ ଦିନରେ ବିରାଟ ଆନ୍ଦୋଲନକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ରଥ ସୂଚେଇ ଦେଇଛନ୍ତି ।

yuvodaya
Leave A Reply

Your email address will not be published.