
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ହେବାକୁ ଥିବା ୪୦ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ୨୦୨୬ ର ମଙ୍ଗଳ ଓ ସଫଳ କାମନା ନିମନ୍ତେ ଆଜି ଧନୁଯାତ୍ରା ପଡିଆରେ କମିଟି ପକ୍ଷରୁ କଂସ ବରଣ ଏବଂ ଶୁଭଖମ୍ବ ସ୍ଥାପନା କରାଯାଇଛି । ପ୍ରଥମେ ଗ୍ରାମର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସାରି ଆଜ୍ଞା ମାଲ ବାଜା ସହିତ ପଡିଆକୁ ଆସିଥିଲା କୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ଶୁଭଖମ୍ବ ସ୍ଥାପନ କରାଯାଇଥିଲା । ଏଥିରେ କର୍ତ୍ତା ଭାବରେ ଧନୁଯାତ୍ରା କମିଟିର ସମ୍ପାଦକ କହ୍ନେୟାଲାଲ ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ନାରାୟଣ ମିଶ୍ର ଦାୟିତ୍ୱ ସମ୍ପାଦନା କରିଥିଲେ । କଂସ ଭୂମିକାରେ ଅଭିନୟ କରୁଥିବା ରବିନ୍ଦ୍ର ସାହୁ ଓ ସେନାପତି ଶୁଭମ କୁମାର ସାହୁ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ ଯୋଷୀଙ୍କ ସମେତ କମିଟି ସଭାପତି ତୁଳସୀ ହଂସ, ଉପସଭାପତି ନାରାୟଣ ମିଶ୍ର ଏବଂ ଶରତ ସିଂ ଭୋଇ କାର୍ଯ୍ୟକାରୀ ଉପସଭାପତି ଅମିତ ଥାନାପତି, ସମ୍ପାଦକ କହ୍ନେୟା ଲାଲ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଯୀଶୁ ରଞ୍ଜନ ହଂସ, କୋଷାଧ୍ୟକ୍ଷ ମୁକେଶ ଜୈନ, ଡବ୍ଲୁ ହଂସ, ସଂସ୍କୃତିକ ସମ୍ପାଦକ ତ୍ରିନାଥ ବାରିକ, ଯୁଗ୍ମ ସମ୍ପାଦକ ସନାତନ ସା, ପି ଆର ଓ ଅଗ୍ରେସନ ସା, ଗଣନାଥ ଥନାପତି, ଅର୍ଦ୍ଧନ୍ଦୁ ଦାସ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ୨୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୂମଧାମରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।