jayashree

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ସଚେତନତା ସଭା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (ଏସ୍‌ଆଇଆର୍‌) ସମ୍ପର୍କରେ ଏକ ସଚେତନତା ସଭା ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ୱାଚ ଟାୱାର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଶ୍ରୀମତୀ ପ୍ରଣିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବାସୀ ଛାତ୍ରଛାତ୍ରୀମାନେ ତିନୋଟି ସୁନ୍ଦର ଗଣନୃତ୍ୟ ପରିବେଷଣ କରି ଏସ୍‌ଆଇଆର୍‌ ୨୦୨୬ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ସହକାରୀ ଜିଲ୍ଲାପାଳ ରୂପକ କୁଜୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ ତୀର୍ଥବାସୀ ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ । ତୀର୍ଥବାସୀ ଘଡ଼େଇ ଏବଂ ବିଡିଓ ଅକ୍ଷୟ କୁମାର ମଲ୍ଲିକ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (ଏସ୍‌ଆଇଆର୍‌) କ’ଣ, ଏହାର ପ୍ରକ୍ରିୟା ଏବଂ ଏହା କାହିଁକି ଜରୁରୀ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେ ବାଲିଗୁଡ଼ାର ସମସ୍ତ ନାଗରିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.