ଏଟିଏମ୍‌ ଲୁଟେରାଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : କେମିତି ଆସିଲେ, କେଉଁ କେଉଁ ସ୍ଥାନରୁ ଲୁଟ୍‌ କରିବାରେ ବ୍ୟବହାର ସାମଗ୍ରୀ ସଂଗ୍ରହ କଲେ, କିଭଳି ଭାବରେ କାଟିଲେ ଏଟିଏମ୍‌, ଏସବୁ ବାବଦରେ ଆଜି ପୋଲିସ ଆଗରେ ଟିକିନିକି ବଖାଣିଛନ୍ତି ଅଭିଯୁକ୍ତମାନେ । ବହୁ ଚର୍ଚ୍ଚିତ ପାଟଣାଗଡ଼ ଥାନା ସରମୁହାଣ ଏସ୍‌ବିଆଇ ଏଟିଏମ୍‌କୁ ଗତ ୧୭ ତାରିଖରେ ଗ୍ୟାସ୍‌ କଟର୍‌ରେ କାଟି ଟଙ୍କା ଲୁଟ ଘଟଣାରେ ପୋଲିସ ୬ଜଣ ରାଜସ୍ଥାନୀ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ଖୋଳତାଡ଼ କରିବା ପାଇଁ ଲୁଟେରାମାନଙ୍କୁ ଦୁଇ ଦିନିଆଁ ରିମାଣ୍ଡରେ ଆଣି ତଦନ୍ତ ଜାରି ରଖିଛି । ଆଜି ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ନେତୃତ୍ୱରେ ୬ ଜଣ ରାଜସ୍ଥାନୀ ଲୁଟେରା ମଧ୍ୟରୁ ତିନିଜଣ ମୁଖ୍ୟ ଲୁଟେରାଙ୍କୁ ନେଇ ପାଟଣାଗଡ଼ କାଦୋପଡା କଟର୍‌ ସାମଗ୍ରୀ କିଣିଥିବା ହାର୍ଡୱେର ଦୋକାନ, ରାମଜୀ ଛକର ସ୍ପ୍ରେ କିଣିଥିବା ଦୋକାନ, କୁକୁରମୁଣ୍ଡା ଛକ ସ୍ଥିତ ଗ୍ୟାସ୍‌ ସିଲିଣ୍ଡର୍‌ ଚୋରି କରିଥିବା ଗ୍ୟାରେଜ୍‌ ସହ ସରମୁହାଣସ୍ଥିତ ଏସ୍‌ବିଆଇ ଏଟିଏମ୍‌ରେ ସିନ୍‌ ରିକ୍ରିଏସନ୍‌ କରାଯାଇଛି । ପାଟଣାଗଡ଼ ପୋଲିସ ପକ୍ଷରୁ ଚାଲିଥିବା ଏହି ସିନ୍‌ ରିକ୍ରିଏସନ୍‌ ବେଳେ ବହୁ ଚର୍ଚ୍ଚିତ ଲୁଟ୍‌ ଘଟଣା ସଂପର୍କରେ ଜାଣିବା ପାଇଁ ଦେଖଣାହାରୀଙ୍କ ଭିଡ଼ ବେଶ୍‌ ଜିମିଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.