pakka

ଟ୍ରେନ୍ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

bbehera

ଭୁବନେଶ୍ୱର : ଭୁବନେଶ୍ୱର କଳାରାହାଙ୍ଗ ନିକଟ ଟ୍ରେନ୍ ଲାଇନ୍‌ରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର କଳାରାହାଙ୍ଗ ଟ୍ରେନ୍ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ କୁନା ମହାରଣା ବୋଲି ଜଣାପଡିଛି । ତାଙ୍କ ଘର ଶିଖରଚଣ୍ଡୀ ନିକଟରେ । ଆଜି ସକାଳୁ ଟ୍ରେନ୍ ଲାଇନ୍ କଡରେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ଏ ନେଇ ଖବର ପାଇବା ପରେ ଆରପିଏଫ୍ ପହଞ୍ଚିବା ସହିତ ପ୍ରଦୀପ ସେବା ଟ୍ରଷ୍ଟ ସମାଜସେବୀମାନେ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ପଠାଇଛନ୍ତି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

12 − 7 =