csstore

ବଲାଙ୍ଗିର ବ୍ଲକସ୍ତରୀୟ ସାମ୍ବଧାନିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ବଂଶୀଧର ଉଚ୍ଚ ବିଦ୍ୟାଳୟ ଖଲିଆପାଲିଠାରେ ରାଜ୍ୟ ଓଷ୍ଟାର ପୂର୍ବତନ ସଭାପତି ବିନୋଦ ବିହାରି ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସୁଧାଂଶୁ ବାବୁ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି, ପ୍ରଧାନ ଶିକ୍ଷକ ସୁକେଶୀ ତ୍ରିପାଠୀ, ବିଦ୍ୟାଳୟ କମିଟିର ସଭାପତି ଅଭୟ ପ୍ରସାଦ ଷଡଙ୍ଗୀ, ରାଜ୍ୟ ଉପସଭାପତି ସୁଧୀର ନାଏକ, ଯୁଗ୍ମ ସଂପାଦକ ଅନିଲ କୁମାର ସାହୁ, କାର୍ଯ୍ୟକାରୀ ସଭ୍ୟ ଶ୍ରୀବତ୍ସ ଭୋଇ, ପୁଇଁନ୍ତଲା ବ୍ଲକ ସଂପାଦକ ପୂର୍ଣ୍ଣଚନ୍ଦ୍ର ମେହେର, ଦେଓଗାଁ ବ୍ଲକ ସଂପାଦକ ପ୍ରେମରାଜ ପଧାନ ମଂଚାସୀନ ଥିଲେ । ଶିକ୍ଷକ ଚିତ୍ତ ରଂଜନ ତ୍ରିପାଠୀଙ୍କ ଅତିଥି ପରିଚୟ ପ୍ରଦାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ନୂତନ ବ୍ଲକ ସଂଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ସର୍ବସମ୍ମତିକ୍ରମେ ସଭାପତି ଭାବରେ ସୁରେଶ ଷଡଙ୍ଗୀ, ଉପସଭାପତି ସୁରେନ୍ଦ୍ର ନାଥ ଓ ସାଧନା ପଣ୍ଡା, ସଂପାଦକ ଶଙ୍କର ମିଶ୍ର, ଯୁଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ମିଶ୍ର, ମନୋଜ କୁମାର ମିଶ୍ର, ସଂଜୁଲତା ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ପବନ ସାହୁ, ରଂଜନ ଆଚାର୍ଯ୍ୟ, ଚିତ୍ତ ରଂଜନ ତ୍ରିପାଠୀ, ସୁଧାଂଶୁ ଶେଖର ଶତପଥି, ରାଜ୍ୟ ପରିଷଦ ସଦସ୍ୟ ସଂଜୟ ତ୍ରିପାଠୀ, ସୁଧାନିଧି ମିଶ୍ର ଓ ଇନ୍ଦ୍ରମଣି ସାହୁ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ତାରାକାନ୍ତ ମିଶ୍ର, ଦିଲିପ ପଧାନ, ଗୋବିନ୍ଦ ବଗର୍ତ୍ତି, ସର୍ଜନ ପଟେଲ ପ୍ରମୁଖ ।

jayashree
Leave A Reply

Your email address will not be published.