ବଲାଙ୍ଗିର ସହରରେ ବାହୁଡା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବାହୁଡ଼ା ଯାତ୍ରା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଅନ୍ୟ ରଥ ଭଳି ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରର ରଥ ମଧ୍ୟ ବାହୁଡ଼ିଛି । ହସ୍‌ପିଟାଲ୍‌ ଛକ ନିକଟସ୍ଥ ମାଉସୀ ମନ୍‌ନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥ ବାହାରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବିଧି ବ୍ୟବସ୍ଥା କରାଯାଇଥିବା ବେଳେ ବଲାଙ୍ଗିର ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଘଂଟ, ଶଂଖ, କୀର୍ତ୍ତନ, ହରିବୋଲ ହୁଳହୁଳିରେ ଠାକୁରଙ୍କୁ ହଜାର ହଜାର ଭକ୍ତ ସାମିଲ୍‌ ହୋଇ ରଥ ଟାଣି ଆଣିଛନ୍ତି ଗୋପାଳଜୀ ମନ୍ଦିର ଯାଏଁ । ବାହୁଡ଼ା ଯାତ୍ରାରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପ ଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.