ବଲାଙ୍ଗିର, (କେପିଏନ୍ଏସ୍) : ବାହୁଡ଼ିଲା ସିଆର୍ପିଏଫ୍ ମୁଖ୍ୟାଳୟ ରଥ । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଜଗତର ନାଥ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରଥଯାତ୍ରା ଦିନ ଶାନ୍ତିପଡ଼ା ସ୍ଥିତ ସିଆର୍ପିଏଫ୍ ମୁଖ୍ୟାଳୟରୁ କାଳିଆ ଠାକୁର, ବଳଭଦ୍ର ଓ ସୁଭଦ୍ରା ରଢ଼ାରୁଢ଼ ହୋଇ ଶାନ୍ତିପଡ଼ା ଦୁର୍ଗାମଣ୍ଡପରେ ପହଂଚିଥିଲେ । ଏଠାରେ ମାଉସୀ ଘରେ ରହଣି ଭିତରେ ପ୍ରତ୍ୟହ ଭିନ୍ନ ଭିନ୍ନ ଅବତାରରେ ମହାବାହୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଆଜି କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା । ଏହି ଅବସରରେ ଶାନ୍ତିପଡ଼ା ଦୁର୍ଗାମଣ୍ଡପରୁ ଘଂଟ, ଶଂଖ, କୀର୍ତ୍ତନ, ହରିବୋଲ ହୁଳହୁଳିରେ ବଡ଼ଠାକୁରଙ୍କୁ ହଜାର ହଜାର ଭକ୍ତ ସାମିଲ୍ ହୋଇ ତାଙ୍କ ରଥ ଟାଣି ସିଆର୍ପିଏଫ୍ ମୁଖ୍ୟାଳୟକୁ ପହଂଚାଉଥିବା ଦେଖିବାକୁ ମିଳୁଛି । ଏହି ବାହୁଡ଼ା ଯାତ୍ରାରେ ସିଆର୍ପିଏଫ୍ର ଅଧିକାରୀ ଓ ଯବାନ୍ମାନେ ମଧ୍ୟ ସାମିଲ୍ ହୋଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ।
Prev Post
Next Post