jayashree

ବଢୁଛି ଖରା, ଜଳୁଛି ଓଡିଶା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢୁଛି ଖରା । କଲବଲ କରୁଛି ତାତି । ପ୍ରାୟତଃ ସ୍ଥାନରେ ୪୦ ଡିଗ୍ରୀ ପାର କଲା ତାପମାତ୍ରା । ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ପ୍ରାୟତଃ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ତେବେ ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ଓ ନୂଆପଡାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଥିବା କୁହାଯାଇଛି । ସେହିପରି ଝାରସୁଗୁଡାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଟିଟିଲାଗଡ ଓ ଅନୁଗୁଳରେ ୪୩.୧ ଡିଗ୍ରୀ, ବଲାଙ୍ଗିରରେ ୪୩ ଡିଗ୍ରୀ, ସୁନ୍ଦରଗଡରେ ୪୨.୮ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ସୋନପୁରରେ ୪୧.୭ ଡିଗ୍ରୀ ଓ ହୀରାକୁଦରେ ୪୧.୬ ଡିଗ୍ରୀ ରହିଥିଲା । ଅର୍ଥାତ୍‌ ପୂରା ପଶ୍ଚିମ ଓଡ଼ିଶା ଜଳୁଛି । ଆଜି ପାଇଁ ମଧ୍ୟ ରାଜ୍ୟର ୪ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁର ଆଦି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା ପାଇଁ କହିଛି ।

Leave A Reply

Your email address will not be published.