ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ୨୭ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ପ୍ରତିଯୋଗିତା ଆଜି ଅନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଣଜିତ ସିଂ ବରିହା ଯେଗଦେଇ ଉଦ୍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନୀର ପ୍ରଥମ ମ୍ୟାଚରେ ବୋଡାସମ୍ବର ସ୍ପୋଟିଙ୍ଗ ଓ ଏନ୍ଏନ୍ଏସ୍ ଆହ୍ଲାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆହ୍ଲାବାଦ ଦଳ ପ୍ରଥମେ ଟସ୍ ଜିଣି ନିର୍ଦ୍ଧାରିତ ୨୫ ଓଭର୍ରେ ୯ ଉଇକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଥିଲେ ତାର ଜବାବରେ ବୋଡାସମ୍ବର ସ୍ପୋଟିଙ୍ଗ ଦଳ ସମସ୍ତ ଉଇକେଟ ହରାଇ ୭୩ ରନ ସଂଗ୍ରହ ସିମିତ ରହିଥିଲେ । ଫଳରେ ୭୩ ରନରେ ଆହ୍ଲାବାଦ ଦଳ ବିଜୟୀ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ପଦ୍ମପୁରର ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ର, ରତ୍ନମଣି ଶତପଥୀ, ବିଜୟ କୁମାର ସାହୁ, ହେମନ୍ତ ସାହୁ, ଗୋପବନ୍ଧୁ ସିକା ଓ ନିଲମଣୀ ଦୀପ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଆହ୍ଲାବାଦର ଅତିକ ଅହମ୍ମଦ ଓ ଉତ୍କୃଷ୍ଟ ଖେଳାଳୀ ଭାବରେ ଉଜ୍ୱଳ ଆୟସ ଉଆଲଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତାକାଲି ଦ୍ୱିତୀୟ ଦିନର ମ୍ୟାଚ ବରଗଡ଼ ବ୍ଲୁ ଡାଇମଣ୍ଡ ଓ ଆର୍ଆଇସିସି ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖ ଦିନ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ କରିଛନ୍ତି । ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋଡାସମ୍ବର ଟ୍ରଫି, ଉପବିଜେତା ଦଳକୁ ୪୦ ହଜାର ନଗଦ ରାଶି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି । ପ୍ରଥମ ଦିନର ମ୍ୟାଚ୍କୁ ଅମ୍ପାୟାର ଚୂଡାମଣୀ ପାଢ଼ୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ ।