jsm

ମଦନପୁର ୟଙ୍ଗଷ୍ଟାର ତରଫରୁ ଡେନ୍ସ ବ୍ଲାଷ୍ଟ ‘ମାଡିଚାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଦୀପାବଳୀ ଓ କାଳୀପୂଜା ଉପଲକ୍ଷେ ୟଙ୍ଗଷ୍ଟାର ତରଫରୁ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ ‘ମାଡିଚାଲ’ କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଙ୍ଗଦେଓ, ସମ୍ମାନିତ ଅତିଥି ଭାବେ ସରପଞ୍ଚ କେତକି ଦଣ୍ଡିଆ, କୃଷି ସମବାୟ ସମିତି ସଭାପତି ଶିଳ୍ପପତି ହରି ମହାନନ୍ଦ, ପୂର୍ବତନ ସରପଞ୍ଚ ରାଜେଶ ଧଙ୍ଗଡାମାଝି, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ସନ୍ତୋଷ ଦଣ୍ଡସେନା ଉପସ୍ଥିତ ଥିବା ବେଳେ ବିଚାରକ ଭାବେ ଡେନ୍ସ ମାଷ୍ଟର ମିଲନ ମଲ୍ଲିକ ଓ ମାଷ୍ଟର ମୁକେଶ ବାରିକ ଥିଲେ । ରାଜୀବ ମାଝୀଙ୍କ ମଞ୍ଚ ପରିଚାଳନା ଓ ଉଦ୍‌ଘୋଷକ କାର୍ଯ୍ୟ ସମସ୍ତଙ୍କ ମନକୁ ଛୁଇଁ ଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼, ସମ୍ବଲପୁର, ବଲାଙ୍ଗିର, ନୂଆଁପଡା ଓ ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀମାନେ ଆସିଥିବା ବେଳେ ପ୍ରଥମ ଭାଗ୍ୟଶୀ ସାହୁ ବରଗଡ, ଦ୍ୱିତୀୟ ସ୍ଥାନ ଦୁଇ ଗୋଟି ଦଳ ବର୍ଣ୍ଣ ଫର ଡେନ୍ସ ଗୃପ କେସିଙ୍ଗା, ଯେ ଡବଲ ଟୁ ବଲାଙ୍ଗିର ଓ ତୃତୀୟ ସ୍ଥାନ ଡାଇମଣ୍ଡ ଡେନ୍ସ ଗୃପ ଅଧିକାର କରି ନଗଦ ଅର୍ଥ ରାଶି ଅତିଥିମାନଙ୍କ ଦ୍ୱାରା ଗ୍ରହଣ କରିଥିଲେ । ଏଥିରେ ମଦନପୁର ୟଙ୍ଗ ଷ୍ଟାରର ସମସ୍ତ ଯୁବକମାନେ ଶାନ୍ତି ଶୃଙ୍ଖଳାର ସହ ଦାୟିତ୍ୱ ତୁଳାଇ ଥିଲେ ।

yuvodaya
Leave A Reply

Your email address will not be published.