jayashree

ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ବନ୍ଦର ଗୁଡ଼ିକର ପଏଣ୍ଟ ଅଫ୍ ଏଣ୍ଟ୍ରିରେ (ପିଓଇ) ସ୍ୱାସ୍ଥ୍ୟଗତ ପଦକ୍ଷେପର ସମୀକ୍ଷା କଲା କେନ୍ଦ୍ର

  • ମଙ୍କିପକ୍ସ ରୋଗର ସମ୍ଭାବନା କମ୍ କରିବାକୁ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସ୍କ୍ରିନିଂ ନିଶ୍ଚିତ କରିବାକୁ ରାଜ୍ୟ, ବିମାନ ବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶ
  • ରାଜ୍ୟ ପ୍ରଶାସକ, ବ୍ୟୁରୋ ଅଫ୍ ଇମିଗ୍ରେସନ୍, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି ।
ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ । ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ ।
ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା ।
ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ । ଏହା ସହିତ ପ୍ରତି ବନ୍ଦରର ପ୍ରବେଶ ମାର୍ଗରେ ହସ୍ପିଟାଲ୍ ସହିତ ଏକ ଉପଯୁକ୍ତ ଲିଙ୍କେଜ ବ୍ୟବସ୍ଥା ସ୍ଥାପନ କରାଯାଇଛି ଯଦ୍ବାରା ସଠିକ୍ ସମୟରେ ରେଫରାଲ୍ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇପାରିବ ।
ଏହି ବୈଠକରେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ସେଲର ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.