pakka

ସିଲଭର ପ୍ଲେ ବଟନ୍ ପାଇଲା ଏସବିପି ଡିଜେ ୱାର୍ଲ୍ଡ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ଗାଁର ଉଦୟ ସାହୁଙ୍କ ଏସବିପି ଡିଜେ ୱାର୍ଲ୍ଡ ନାମକ ୟୁଟ୍ୟୁବ ଚ୍ୟାନେଲ ସିଲଭର୍ ପ୍ଲେ ବଟନ୍ ପାଇଥିବା ଜଣାପଡିଛି । ପ୍ରାୟ ବର୍ଷେ ହେଲା ଗୀତଗୁଡ଼ିକର ଇନଷ୍ଟ୍ରୁମେଣ୍ଟାଲ ଦେଇ ୟୁଟ୍ୟୁବରେ ପୋଷ୍ଟ କରି ଆସୁଛନ୍ତି । ସେହି ଚ୍ୟାନେଲରେ ପ୍ରାୟ ୨୨୪ଟି ଇନଷ୍ଟ୍ରୁମେଣ୍ଟାଲ ଭିଡିଓ ଅପଲୋଡ଼ କରି ସାରିଥିବା ବେଳେ ସେ ଚ୍ୟାନେଲକୁ ୧ଲକ୍ଷ ୧୨ହଜାରରୁ ଅଧିକ ଲୋକ ସସ୍‌ସ୍କ୍ରାଇବ୍‌ କରି ସାରିଛନ୍ତି । ବର୍ତମାନ ପଶ୍ଚିମ ଓଡ଼ିଶାରେ ଆସୁଥିବା ବିଭିନ୍ନ ସମ୍ବଲପୁରୀ ଗୀତ ଓ କମେଡିଗୁଡିକରେ ଏହି ଚ୍ୟାନେଲର ଡିଜେ ଓ ସାଉଣ୍ଡ ସିଷ୍ଟମ ପ୍ରଦାନ କରିବ । ଏହି ଅବସରରେ ଆଜି ବୁଧବାର ଦିନ ସ୍ଥାନୀୟ ଶିବ ମନ୍ଦିରରେ ଉତ୍ସବ ମନାଇବେ ଏବଂ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବହୁ କଳାକାର ଯୋଗ ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

three × three =