pakka

ନିଖୋଜ ନାବାଳକର ମୃତଦେହ ଉଦ୍ଧାର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ କିଛି ଦିନ ତଳେ ଭୁବନେଶ୍ୱର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିରୁ ନିଖୋଜ ହୋଇଥିବା ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଜରିରେ ବନ୍ଧା ଅବସ୍ଥାରେ ବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତକ ପଣ୍ଡାକୁଦିଆ ବସ୍ତିର ବୈଦ୍ୟରାଜ ନାୟକ । ସୂଚନା ଅନୁସାରେ ଭୁବନେଶ୍ୱର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିର ବୈଦ୍ୟରାଜ ନାୟକ ଗତ କିଛି ଦିନ ତଳେ ନିଖୋଜ ହୋଇଥିଲେ । ଏ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଏକ ଜରିରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବୈଦ୍ୟରାଜଙ୍କୁ କିଏ ହତ୍ୟା କଲା ଏବଂ କେଉଁଥି ପାଇଁ ହତ୍ୟା କରାଗଲା ତାହାର ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.

nineteen − 12 =