jsm

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସଂସ୍କୃତି ଭବନଠାରେ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ର ସହ ସଂଗଠନ ମନ୍ତ୍ରୀ ବଦ୍ରି ନାରାୟଣ ମହାରଣା, କେନ୍ଦ୍ରୀୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ରାଧାମାଧବ ବହିଦାର, ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା, ସଂଗଠନ ମନ୍ତ୍ରୀ ସତ୍ୟ ନାରାୟଣ ପଟେଲ, ରାଉରକେଲା ଜିଲ୍ଲା ସମ୍ପାଦକ ସରୋଜ କୁମାର ପତି, ସମ୍ପାଦକ ବରଗଡ଼ ତ୍ରିନାଥ କାଲସାଇ, ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀ ପ୍ରମୁଖ ଯୋଗଦେଇ ଆଗାମୀ ଦିନର କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ଜୁଲାଇ ମାସରେ କେନ୍ଦ୍ରୀୟ ପ୍ରଭାରୀ ରବିକାନ୍ତ ଜସ୍‌ୱାଲଙ୍କ ପ୍ରବାସ ଓ ବୈଠକ ପୂର୍ବରୁ ଜିଲ୍ଲା ଗୁଡ଼ିକରେ ସଂଗଠନର କାର୍ଯ୍ୟକର୍ତ୍ତା ତଥା କେନ୍ଦ୍ରୀୟ ନିର୍ଦ୍ଦେଶ ମୁତାବକ ଗ୍ରାହକ ପଞ୍ଚାୟତର ଅଭ୍ୟାସ ମଣ୍ଡଳ ଗଠନ କରାଯାଇ ସକ୍ରିୟ କରାଯିବାକୁ ସ୍ଥିର ହୋଇଥଲା । ବିିିିଧି ପ୍ରକୋଷ୍ଟ, ମହିଳା ଜାଗରଣ ପ୍ରମୁଖ, ପ୍ରଚାର ପ୍ରକୋଷ୍ଟ, ରୋଜଗାର ସୃଜନ, ପର୍ଯ୍ୟାବରଣ ପ୍ରମୁଖ, ନିଧି ପ୍ରାକୋଷ୍ଟ ପ୍ରମୁଖ ଠିକ୍ କରିବାକୁ ଓ ପ୍ରତି ଜିଲ୍ଲାରେ ବୈଠକ କରିବାକୁ ରାଜ୍ୟର ପର୍ଯ୍ୟବେକ୍ଷକ ପ୍ରତି ଜିଲ୍ଲାକୁ ପଠାଇବାକୁ ସ୍ଥିର କରାଯାଇଥିଲା । ଆଗାମୀ ଜୁଲାଇ ପ୍ରଥମ ସପ୍ତାହରେ ବୃକ୍ଷ ରୋପଣ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯିବା ସହିତ ଅନ୍ୟାନ୍ୟ ଯୋଜନା ଉପରେ ଆଲୋଚନା ହୋଇଥିଲା । ବୈଠକରେ ଭ୍ରମାତ୍ମକ ବିଜ୍ଞାପନ ଉପରେ ନଜର ରଖି ଏହା ଉପରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବାକୁ ତଥା ସଂଗଠନ ପକ୍ଷରୁ ସେହି ଉପରେ ଜିଲ୍ଲା ଗ୍ରାହକ ସୁରକ୍ଷା ଅଧିକାରୀଙ୍କୁ ଜଣାଇବା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦେବାକୁ ରାଜ୍ୟ ସଙ୍ଗଠନ ନିର୍ଦ୍ଦେଶ ଦେଇଥିଲା । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓଁକାର ଧ୍ଵନି ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା । ଶେଷରେ ଶାନ୍ତି ପାଠ ପରେ ବୈଠକ ସ୍ତଗିତ ରହିଥିଲା ।

yuvodaya
Leave A Reply

Your email address will not be published.