pakka

ବଦଳିଲେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ମ୍ୟୁନିସିପାଲ କମିଶନର : ଆଇଏଏସ୍‌ ସ୍ତରରେ ହେଲା ଅଦଳବଦଳ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ବିଏମ୍‌ସି ଓ ସିଏମ୍‌ସି କମିଶନର ବଦଳିଛନ୍ତି । ଗଞ୍ଜାମ ଜିଳାପାଳ ବିଜୟ ଅମୃତ କୁଲାଙ୍ଗେ ଭୁବନେଶ୍ୱର ମ୍ୟୁନିସିପାଲ କମିଶନର ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ସିଏମ୍‌ସି କମିଶନର ହୋଇଛନ୍ତି । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ସେହିପରି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦ୍ଦେଶକ କରାଯାଇଛି ।

ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଜଳ ସମ୍ପଦ ଯୁଗ୍ମ ସଚିବ ହୋଇଛନ୍ତି। କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ଓଏସଏମସିଏଲ ଏମଡି ଦାୟିତ୍ବ ଦିଆଯାଇଛି । କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ କରାଯାଇଛି । ସଂଗ୍ରାମ କେଶରୀ ମହାପାତ୍ର ଓଏଭି ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି । ସୋମେଶ ଉପାଧ୍ୟାୟ ଦେବଗଡ ଜିଲାପାଳ ହୋଇଛନ୍ତି । କୀର୍ତ୍ତି ଭାସନ ଭି. ହେଲେ ଗଞ୍ଜାମ ଡିଆରଡିଏ ପିଡି। ଜି. ପରାଗ ହର୍ଷଦ ସୁନ୍ଦରଗଡ ଜିଲାପାଳ କରାଯାଇଛି ।

Leave A Reply

Your email address will not be published.

three × five =