pakka

ସୋନପୁର ଉପଜିଲ୍ଲାପାଳ ଭାବେ ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପଜିଲ୍ଲାପାଳ ଭାବେ ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କଁହରଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୬୩୯୪/ଏସ ସି ଏସ, ଅନୁସାରେ ଡ଼.ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଡ଼.ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ । ସେ ଗତ ତା.୨୪/୦୫/୨୧ରିଖରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଯୋଗଦାନ କରି ସନ୍ଥାପନା ବିଭାଗ ସହ ଅତିରିକ୍ତ ଦାୟିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କ୍ରୀଡା ଓ ଯୁବସେବା ଅଧିକାରିଣୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି । ଡ଼.ମିଶ୍ର ଆଜି ଅପରାହ୍ନରେ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲପାଳଙ୍କ ଦିଶା ନିର୍ଦ୍ଦେଶ ମତେ ଉପଖଣ୍ଡର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ପ୍ରଦାନ କରିବା ସହିତ ୫ଞ ଅନୁପାଳନ ପୂର୍ବକ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା, ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗକୁ ପ୍ରାଧାନ୍ୟ ଦେବା ସହ ଜିଲ୍ଲାର ରାଜସ୍ୱ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଯୋଗଦାନ ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ କାର୍ଯ୍ୟାଳୟ ସମ୍ୱନ୍ଧୀୟ ସୌଜନ୍ୟ ଆଲୋଚନା କରି ସମସ୍ତଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

four × three =