pakka

ଶୁକ୍ରବାର ଦିନ ଇଡ଼ିର ପଚରା ଉଚରାରେ ସାମିଲ ହେବେ ନାହିଁ ରାହୁଲ ଗାନ୍ଧୀ, ଇଡ଼ିକୁ ଲେଖିଲେ ଚିଠି

bbehera

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରାଉଚରା ଚାଲିଥିବା ବେଳେ ଇଡି ଦ୍ୱାରା ରାହୁଲଙ୍କୁ ପଚରା ଉଚରା ପରେ କଂଗ୍ରେସ ନେତା ସାରାଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଇଡିକୁ ଚିଠି ଲେଖିଛନ୍ତି । ଏଥିରେ ଶୁକ୍ରବାର ସେ ଇଡିର ପଚରା ଉଚରାରେ ସାମିଲ ହୋଇପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ, ଇଡି ଗତ ତିନି ଦିନ ଧରି ରାହୁଲଙ୍କୁ ପଚରାଉଚରା କରୁଛି । ଗୁରୁବାର କଂଗ୍ରେସ ନେତା ରାହୁଲ ଚିଠି ଲେଖି ମାଆ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା କାରଣରୁ ଜୁନ ୧୭ରେ ହେବାକୁ ଥିବା ତଦନ୍ତ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.

three × one =