pakka

ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼, ଭିଡ଼ିଓ ଭାଇରାଲ

ମାଲକାନଗିରି : ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି । ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼ ଦିଆଯାଉଥିବା ଭଳି ଏକ ନୃଶଂସ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ମାଲକାନଗିରି ସୀମାନ୍ତ ବଡ଼ଗୋଇ ଅଂଚଳରେ ଏହି ଘଟଣା ଘଟିଛି । ଘଟଣାଟି ଅମାନବିକତାର ଚରମ ସୀମାକୁ ଛୁଇଁଥିବା ବେଳେ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି । ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼ ମାରିବା ସହ ଗାଁ ସାରା ବୁଲାଇଛନ୍ତି ଗ୍ରାମବାସୀ । ଏଭଳି ଅମାନବୀୟ ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ଆରେ ଭାଇରାଲ ହେବା ପରେ ନିଜ ଆଡ଼ୁ ପୋଲିସ ମାମଲା ରୁଜୁ କରି ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଥବା ଜଣାପଡ଼ିଛି ।

Leave A Reply

Your email address will not be published.

18 + two =