ବିପୁଳ ପରିମାଣର ଗଞ୍ଜେଇ ଜବତ

ଆର.ଉଦୟଗିରି : ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍‌ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି । ପେଟ୍ରୋଲିଂ ଟିମ୍‌ ଝରଣପୁର ଛକ ନିକଟରେ ଏକ ଗାଡ଼ି (ନଂ.ଓଡ଼ି୦୭ପି୩୪୫୧)କୁ ଅଟକାଇ ଥିଲେ । ସେତିକି ବେଳେ ପୋଲିସକୁ ଦେଖି ଚାଳକ ଚମ୍ପଟ ମାରିଥିଲେ । ଉକ୍ତ ୪୦୭ ଗାଡ଼ିଟିକୁ ଯାଞ୍ଚ ବେଳେ ଅଖାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ତହସିଲଦାର କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ ହୋଇଥିଲା । ତାହା ୧୦ କୁଇଣ୍ଟାଲ ହୋଇଥିବା ବେଳେ ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four × 2 =