pakka

ବନ୍ଧପଡ଼ା ଓ ଅର୍ଜୁନପୁରରେ ଯୋଗଦେଲେ ୨ ଡ଼ାକ୍ତର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ଧରି ଫାର୍ମାସିସ୍ ଭରଷାରେ ଚାଳୁଥିବା ବନ୍ଧପଡ଼ା‌ ଓ ଅର୍ଜୁନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଜଣ ନବ ନିଯୁକ୍ତି ଡାକ୍ତର ଯୋଗଦେଇଥିବା ଜଣାପଡ଼ିଛି । ବନ୍ଧପଡ଼ାରେ ଡ.ସ୍ୱୟଂ ଦାଶ ନିଯୁକ୍ତି ପାଇଥିବା ବେଳେ ଅର୍ଜୁନପୁରରେ ଡ.ମହମ୍ମଦ ମୁଫାଜଲ ଖାନ ଯୋଗଦାନ କରିଛନ୍ତି । ଦୁଇ ଡ଼ାକ୍ତରଙ୍କ ଯୋଗଦେବା ପରେ ବନ୍ଧପଡ଼ା ଓ ଅର୍ଜୁନପୁର ଅଞ୍ଚଳର ଲୋକେ ଖୁସି ବ୍ୟକ୍ତ କରିବା ସହ ଅଞ୍ଚଳର ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଦୂର ହେବ ବୋଲି ଆଶା କରିଛନ୍ତି ।

Leave A Reply

Your email address will not be published.

seventeen − four =