jayashree

ପ୍ରଥମ ବର୍ଷରେ ଗୃହଲକ୍ଷ୍ମୀ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ରାଉରକେଲା, (ସ୍ମିତା ପ୍ରଧାନ) : ରାଉରକେଲାର ସେକ୍ଟର ୧୭ ସ୍ଥିତ ଦୁର୍ଗା ମଣ୍ଡପ ପଡିଆରେ ପ୍ରଥମ ବର୍ଷ ଆନନ୍ଦ ଉଲ୍ଲାସରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ରାଉରକେଲାର ସେକ୍ଟର ୧୭ ଠାରେ ଗୃହ ଲକ୍ଷ୍ମୀର ପ୍ରତିଷ୍ଠାତା ଗୌରାଙ୍ଗ ସେଠିଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରଥମ କରି ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ । ଏହାକୁ ଗୃହଲକ୍ଷ୍ମୀ ପରିବାରମାନେ ପାରମ୍ପରିକ ଭାବେ ଗଜଲକ୍ଷ୍ମୀ ପୂଜା କରିଆସୁଛନ୍ତି । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାର କଳସ ଶୋଭାଯାତ୍ରା ଏବଂ ଅଧିବାସ କାର୍ଯ୍ୟ ରବିବାର ହୋଇଥିଲା । ସୋମବାରଠାରୁ ମା’ଙ୍କ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଶୁକ୍ରବାର ମା’ଙ୍କ ଭସାଣି ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି । ପୂଜାରେ ଶିବ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀ ସ୍ୱାହାଶିନୀ ବିଶ୍ୱାଳ କର୍ତ୍ତା ଦାୟିତ୍ୱ ତୁଳାଥିଲେ । ଏହି ଅବସରରେ ସୋମବାର ରାତିରେ ଭଜନ ସଂଧ୍ୟା ହୋଇଥିଲା । ମଙ୍ଗଳବାର ରାତିରେ ଭଜନ ସହ ଆଧୁନିକ ଗୀତ ଏବଂ କାଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ବିଶେଷ ଆକର୍ଷଣ ଝୁଣାଧୂପ କାର୍ଯ୍ୟକ୍ରମ କରାଯିବ । ପୂଜା କମିଟି ସଭାପତି ଗୌରାଙ୍ଗ ସେଠି, ମିନାକ୍ଷୀ ଓଝା, ସବିତା ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେଉଛି । ଏହି କାର୍ଯ୍ୟକ୍ରମରେ ବନିତା ମଲିକ, ସୁକୁମତୀ ସୋରେନ, ଲକ୍ଷ୍ମୀ ଦାସ, ପରୀ ଦାସ, ବିଷ୍ଣୁ ପ୍ରିୟା ପାଣ୍ଡବ, ସୋନାଲି ଓଝା, ଜଗଦେଶ୍ୱରୀ ଦାସ, ତପସ୍ୱିନୀ ସ୍ୱାଇଁ ସେକ୍ଟରର ଅନ୍ୟାନ୍ୟ ମହିଳାମାନେ ସହଯୋଗ କରିଥିଲେ । ସେକ୍ରେଟାରୀ ବିଶ୍ୱରଂଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.