pakka

ଅଜଣା ଗାଡ଼ି ଧକ୍କାରେ ବାଇକ ଆରେହୀ ମୃତ

bbehera

ବାଉଁଶୁଣୀ : ମନମୁଣ୍ଡା ଥାନା ମହେଶ୍ୱରପିଣ୍ଡା ନିକଟରେ ୫୭ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ, ମନମୁଣ୍ଡା ଥାନା ଜମଟାଙ୍ଗୀ ଗ୍ରାମର ଅର୍ଜୁନ ମେହେର ଏକ ବାଇକ ଯୋଗେ ନିଜ ଗ୍ରାମ ଜମଟାଙ୍ଗୀରୁ ମନମୁଣ୍ଡାକୁ ଯାଉଥିଲେ । ମହେଶ୍ୱରପିଣ୍ଡା ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ଅର୍ଜୁନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

17 − 1 =

error: Content is protected !!