pakka

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ

bbehera

ବୌଦ୍ଧ : ବୌଦ୍ଧ ପୋଲିସ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ପୋଲିସ ଗଞ୍ଜେଇ ଚାଲାଣ ସଂପର୍କରେ ଖବର ପାଇ ଏକ ଟିମ୍‌ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ବଲାସିଙ୍ଗା ପଟରୁ ଦ୍ରୁତ ଗତିରେ ଆସୁଥିବା ପିକଅପ ଗାଡି (ଓଡି ୧୯ ୟୁ ୦୯୦୦)କୁ ସରଣ୍ଡା ଗ୍ରାମ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ୨ କ୍ୱିଣ୍ଟାଲ ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ଅଣ୍ଡପା ଥାନାର ସାତପରଡିଆ ଗ୍ରାମର ପିଣ୍ଟୁ ପ୍ରଧାନ ଓ ବଲିଖମନ ଗ୍ରାମର ନିରଞ୍ଜନ ବେହେରା ବୋଲି ଜଣାପଡ଼ିଛି । ଜବତ ହୋଇଥିବା ଗଞ୍ଜେଇ ବୌଦ୍ଧ ଥାନା ଗୋଛାପଡା ଅଞ୍ଚଳରୁ ଅନୁଗୋଳକୁ ଚାଲାଣ କରାଯାଉଥିବା ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.

13 + 18 =