pakka

ଟ୍ରକ ଧକ୍କାରେ ପଥଚାରୀ ମୃତ

bbehera

ଭୁବନେଶ୍ୱର : ଭୁବନେଶ୍ୱର ଶୁକ୍ରବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣି ଛକରେ ଏକ ଟ୍ରକ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ନାମ ଯୁଧିଷ୍ଠିର ସାହୁ(୭୦) । ଘର ଢେଙ୍କାନାଳ ଭୁବନ । ସେ ପଳାଶୁଣିରେ ରହୁଥିଲେ । ସନ୍ଧ୍ୟା ୬.୩୦ଟା ସମୟରେ ଯୁଧିଷ୍ଠିର ପଳାଶୁଣି ଛକରେ ରାସ୍ତା ପାରି ହେଉଥିବା ବେଳେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତତ୍ସାବ ହୋଉଥିଲା । ଲୋକମାନେ ପୋଲିସ କଣ୍ଟ୍ରୋଲ ରୁମ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ପ୍ରାୟ ଅଧଘଣ୍ଟା ବିଳମ୍ବରେ ପିସିଆର ଓ ଆମ୍ବୁଲାନ୍ସ ପହଞ୍ଚି ଯୁଧିଷ୍ଠିରଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖିଛି ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!