pakka

ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଗତ ୯ ତାରିଖ ଦିନ ମାଓବାଦୀମାନେ ମେଳି କରୁଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ସିଆର୍‌ପିଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜିଙ୍କ ମିଳିତ ଉଦ୍ୟମରେ କୁମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ଓ ମାଓବାଦୀ ମଧ୍ୟରେ ୪୦ରୁ ୫୦ ରାଉଣ୍ଡ ଗୁଳିବିନିମୟ ହୋଇଥିବା ସୂଚନା ଦେଇଛନ୍ତି ନୂଆପଡା ଏସ୍‌ପି । ଏହି ଗୁଳି ବିନିମୟ ସମୟରେ ୪ରୁ ୫ଜଣ ମାଓବାଦୀ ଆହତ ହୋଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସ୍‌ପି ପ୍ରତ୍ୟୁଷ ଦିବାକର । ଗତ ୧୦ ଓ ୧୧ ତାରିଖ ମଧ୍ୟ ଦୁହିଁଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ଓ ଏବେ ମଧ୍ୟ କୁମ୍ବିଂ ଅପରେସନ ଚାଲୁଥିବା କହିଛନ୍ତି । ସେମାନଙ୍କ ଠାରୁ ଛତା, ସୋଲାର ପ୍ଲେଟ, ମାଓବାଦୀ ପୋଷ୍ଟର, ଔଷଧ ସହିତ ଅନେକ ସାମଗ୍ରୀ ଜବତ କରାଯାଇଛି ।

Leave A Reply

Your email address will not be published.

two × three =