
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ସଦର ଗ୍ରାମର ସଦାନନ୍ଦ ପୁଟେଲଙ୍କ ନାବାଳିକା ଝିଅ ସୁରେଖା ପୁଟେଲ (୧୫) ଘରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ନାବାଳିକା ଗତ ତା ୨୩/୧୦/୨୬ ଶୁକ୍ରବାର ଦିନ ସକାଳ ପ୍ରାୟ ଘ.୯ /୩୦ ସମୟରୁ ନାବାଳିକା ଝିଅ ସୁରେଖା ପୁଟେଲ ବୟସ (୧୫) ରଙ୍ଗ ଗୋରା ଉଚ୍ଚତା ୫ ଫୁଟ ପତଳା ଶରୀର । ସେ କାହାକୁ କିଛି ନ ଜଣାଇ ଘରୁ ଚାଲିଯାଇଥିଲା । ଏହା ପରେ ପରିବାର ଲୋକେ ସାହି ପଡ଼ିଶା ଓ ବହୁ ଯାଗାରେ ଖୋଜାକରିଥିଲେ ହେଲେ କୌଣସି ଯାଗାରେ ମଧ୍ୟ ନପାଇ ଶେଷରେ ପରିବାର ଲୋକେ ନିଖୋଜ ହୋଇଥିବା ସନ୍ଦେହରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନିଖୋଜ ଥିବା ନାବାଳିକା ପାଖରେ ଗଲାବେଳେ ଗୋଲାପୀ ରଙ୍ଗର ଫ୍ରକ୍ ଓ ଜିନ୍ସ ପେଣ୍ଟ ପିନ୍ଧିଛି ଓ ତା’ ର ଆଧାରକାର୍ଡ, ପାସବୁକ ଓ ତାର ସମସ୍ତ କପଡା ମଧ୍ୟ ସାଙ୍ଗରେ ନେଇ ଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦେଇଛନ୍ତି । ପରିବାର ନିଖୋଜ ଥିବା ନାବାଳିକାଙ୍କୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ପୋଲିସ ପ୍ରଶାସନକୁ ଗୁହାରି କରିଛନ୍ତି । ଏ ସମ୍ପର୍କରେ ଏକ ନିଖୋଜ ମାମଲା ୧୮୩/୨୬ ରୁଜ୍ଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।