om academy

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍ ସେରେମୋନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେଏସ୍‌ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍ ସେରେମୋନି ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ପ୍ରଧାନ ମିହିର ପଟନାୟକ, ଚେତନା ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନକୁଲ ଅଗ୍ରଓ୍ୱାଲ (ବରିଷ୍ଠ ଓକିଲ୍) ଓ ମୁଖ୍ୟବକ୍ତା ପ୍ରଫେସର ଡ. ଶିବ ପ୍ରସାଦ ନନ୍ଦ (ଅବସରପ୍ରାପ୍ତ ପ୍ରଧାନ, ସରକାରୀ କଲେଜ ଭବାନିପାଟଣା) ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଲ ଭବିଷ୍ୟତ କାମନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କଲେଜମାନଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି ଓ ମିସ୍ ମୋନା ଅଗ୍ରୱାଲ ଯେ କି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପର ହୋ‍ଇଅଛି । ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଶେଷରେ ଅଧ୍ୟାପିକା ସୁପ୍ରିୟା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଂଗ କରିଥିଲେ ।

Leave A Reply

Your email address will not be published.

5 × two =