ପ୍ରାଥମିକ ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଶିକ୍ଷକ ମାଧବ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ମୁଖ୍ୟବକ୍ତା ଭାବେ ପ୍ରେମାନନ୍ଦ ବାରିକ, ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ଯୋଶୀ, ମହାଦେବ ବେହେରା, ଆଲିଆ ବିବି ମଞ୍ଚାସୀନ ଥିଲେ । ଚେରଙ୍ଗାଝାଞ୍ଜ କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଢୌକନ ଦେଇ ଶ୍ରୀ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀ ପ୍ରଧାନ ସୁଦୁର ଦେବଗଡ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଙ୍କ ଘରକୁ ପହଞ୍ଚାଇ ଦେବାର ବ୍ୟବସ୍ଥା କରିଥିଲେ । ଏଥିରେ ବ୍ରଜ କିଶୋର ଜେନା, ନିତ୍ୟାନନ୍ଦ ସୁନା, ଭକ୍ତ ପ୍ରହଲ୍ଲାଦ ବେହେରା, ସହଦେବ ଦାଉ, ସହଦେବ ମାଝୀ, ପ୍ରଫୁଲ୍ଲ ବେହେରା, ସୁଜାତା ଧରୁଆ, ପଦ୍ମିନୀ ବିଶ୍ବାଳ, ଶୋଭାରାଣୀ ବଜ୍ରବାହୁ, ସୁରଭୀରାଣୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

10 − 4 =