jayashree

ଗାରିମା ଆୱାର୍ଡରେ ସମ୍ମାନିତ ହେଲା ଛତ୍ରପୁର ମ୍ୟୁନିସିପାଲିଟି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟସ୍ତରୀୟ ଉତ୍ସବରେ ଗାରିମା ଆୱାର୍ଡରେ ସମ୍ମାନିତ ହୋଇଛି ଛତ୍ରପୁର ମୁନିସିପାଲିଟି, ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଛତ୍ରପୁର ପୌର ପରିଷଦ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ପୌର ପରିଷଦ ଅଧ୍ୟକ୍ଷ, କାଉନସିଲରଗଣଙ୍କ ମଧ୍ୟରେ ମିଠା ଖୁଆ ଖୋଇ ହୋଇ ଏକ ନିଆରା ଖୁସିର ଲହରୀ ଖେଳିଯାଇଛି । ଗତ ଶନିବାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଗାରିମା ଆୱାର୍ଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ବେଳେ ଏହି ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ମାନପତ୍ର ସହ ଏହି ପୁରସ୍କାର ଗ୍ରହଣ କରିନେଇଛନ୍ତି । ସୂଚନା ଥାଉକି, ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ ହୋଇଥିବା ବେଳେ ରାଜ୍ୟର ୮ଟି ମୁନିସିପାଲିଟି ଏବଂ ଏନ୍‌ଏସି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ମୁନିସିପାଲିଟି ହିଁ ଏହି ପୁରସ୍କାର ପାଇଛି । ସହରବାସୀଙ୍କୁ ଛତ୍ରପୁର ମୁନିସିପାଲିଟି ଉତ୍ତମ ସେବା, ସବୁ କ୍ଷେତ୍ରରେ ଯୋଗାଇଆସିଥିବାରୁ ଏହି ଆୱାର୍ଡ ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.